ହୋଶେୟ 10:4 - ପବିତ୍ର ବାଇବଲ4 ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ। Gade chapit laପବିତ୍ର ବାଇବଲ (Re-edited) - (BSI)4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ତ ଅଙ୍କୁରିତ ହୁଏ। Gade chapit laଓଡିଆ ବାଇବେଲ4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ। Gade chapit la |
ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ। ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ। ସେ ମଧ୍ୟ ଦିନକୁ ରାତ୍ରିରେ ପରିଣତ କଲେ। ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି। ତାଙ୍କର ନାମ ଯିହୋବାଃ। ସେ କୌଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।” ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ। ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ। ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା। ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା। ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।
ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା'ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’