Biblia Todo Logo
Bib sou entènèt

- Piblisite -




ହୋଶେୟ 10:13 - ପବିତ୍ର ବାଇବଲ

13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ଵରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ଵାସ କରିଅଛ।

Gade chapit la Kopi

ଓଡିଆ ବାଇବେଲ

13 ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ।

Gade chapit la Kopi




ହୋଶେୟ 10:13
19 Referans Kwoze  

ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।


ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।


ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।


ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ।


ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।


“ଇଫ୍ରୟିମ ମିଥ୍ୟାରେ ଆମ୍ଭର ଗ୍ଭରିପାଖରେ ଘେରିଗଲା। ଇସ୍ରାଏଲର ପରିବାର ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଛନ୍ତି। କିନ୍ତୁ ଯିହୁଦା ପରମେଶ୍ୱରଙ୍କ ସହିତ ଅଛି ଏବଂ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ଅଛି।”


ଦୌରାତ୍ମ୍ୟରେ ଭରସା କର ନାହିଁ। ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ଯଦି ତୁମ୍ଭେ ଧନୀ ହେଲେ ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।


“ଦେଖ, ତାଙ୍କୁ କ’ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”


ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ। ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।


ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ।


ଯେଉଁ ଲୋକ ଅନ୍ୟ ବିରୁଦ୍ଧରେ ମିଥ୍ୟା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।


ମିଥ୍ୟାବାଦୀର କଥା କେବଳ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ୟତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।


ଉତ୍ତମ ଲୋକମାନେ ସେମାନଙ୍କର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି, ମାତ୍ର ବିଶ୍ୱାସଘାତକ ଲୋକମାନେ ହିଂସାରୁ ଭୋଗ କରୋ


ତୁମ୍ଭ ଦ୍ରାକ୍ଷାଗ୍ଭରା ଦିନେ ରୋପଣ କରୁଛ ଓ ତା'ର ଗ୍ଭରିପଟେ ବାଡ଼ ଦେଇ ଯତ୍ନ ନେଉଛ। ପରଦିନ ପ୍ରାତଃକାଳରେ ସେଗୁଡ଼ିକ ପୁଷ୍ପିତ ହେବାର ଦେଖୁଛ। ମାତ୍ର ଯେତେବେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସେଗୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦେଇଛି।


ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି।


“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ।


ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଛନ୍ତି? ତୁମ୍ଭେ କାହା ପଛରେ ଗୋଡ଼ଉଛ? ଗୋଟିଏ ମଲା କୁକୁର ପଛରେ, ଗୋଟିଏ ଡାଆଂଶ ପଛରେ ତୁମ୍ଭେ ଗୋଡ଼ଉଛ।


Swiv nou:

Piblisite


Piblisite