Biblia Todo Logo
Bib sou entènèt

- Piblisite -




ହୋଶେୟ 10:11 - ପବିତ୍ର ବାଇବଲ

11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା'ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକି ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।

Gade chapit la Kopi

ଓଡିଆ ବାଇବେଲ

11 ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।

Gade chapit la Kopi




ହୋଶେୟ 10:11
13 Referans Kwoze  

ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ।


“ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ୱପରି ହେସ୍ରାରାବ କରୁଅଛ।


“ବଳଦମାନେ ବେଁଙ୍ଗଲାରେ ବୁଲିବା ସମୟରେ ସେମାନଙ୍କର ମୁହଁ ବାନ୍ଧିବ ନାହିଁ।


ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।


ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ, କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ। ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ। ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ।


ହେ ଇସ୍ରାଏଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସୀ ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ୟବହାର କଲ ଓ ପରମେଶ୍ୱରଙ୍କୁ ଭୁଲିଗଲ। ତୁମ୍ଭେମାନେ ପ୍ରତି ଶସ୍ୟଖଳାରେ ଯୌନ ଅପରାଧମୂଳକ ପାପ କଲ।


ତା'ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”


ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’


କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ?


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ରାଜାଗଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ସେବା କରିବେ। ଏଥିପାଇଁ ମୁଁ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛି। ସେମାନେ ତାହାର ସେବା କରିବେ ଆଉ ମଧ୍ୟ କ୍ଷେତ୍ରସ୍ଥ ପଶୁଗଣ ତାହାର ସେବା କରିବେ।’”


“ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।


“ସିୟୋନର କନ୍ୟା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗକୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାଯ୍ୟରେ ଅନେକ ଗୋଷ୍ଠୀକୁ ଚୂର୍ଣ୍ଣ କରିବ। ସେମାନଙ୍କର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସେମାନଙ୍କର ଧନଭଣ୍ତାର ସମୁଦାୟ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”


Swiv nou:

Piblisite


Piblisite