Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:19 - ପବିତ୍ର ବାଇବଲ

19 ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା'ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,

Gade chapit la Kopi

ଓଡିଆ ବାଇବେଲ

19 କାରଣ ମୋଶା ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ପ୍ରଥମେ ମୋଶା ବ୍ୟବସ୍ଥାର ଆଜ୍ଞାମାନ ଲୋକମାନଙ୍କ ନିକଟରେ ଘୋଷଣା କଲେ। ତତ୍ପରେ ସେ ବୃକ୍ଷ ଓ ଛାଗର ରକ୍ତ ଜଳ ସହିତ ମିଶାଇ ଏସୋବ ଡାଳ ଓ କିଛି ଲୋହିତ ବର୍ଣ୍ଣର ମେଷ ଲୋମ ଦ୍ୱାରା ବ୍ୟବସ୍ଥା ପୁସ୍ତକ ଓ ଲୋକମାନଙ୍କ ଉପରେ ସେଚନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,

Gade chapit la Kopi




ଏବ୍ରୀ 9:19
26 Referans Kwoze  

ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।


ତା'ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।


ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ।


ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।


ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


ତା'ପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, “ଦେଖ, ସେହି ଲୋକ।”


ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତା'ପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ।


ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା'ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ।


ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ।


ସୈନ୍ୟମାନେ ଯୀଶୁଙ୍କ ପୋଷାକ କାଢ଼ି ପକାଇଲେ ଓ ତାହାଙ୍କୁ ବାଇଗଣୀ ପୋଷାକଟି ପିନ୍ଧାଇ ଦେଲେ।


ତେଣୁ ସେ ଅନେକ ଦେଶୀୟମାନଙ୍କୁ ଚମକାଇ ଦେବେ। ରାଜାମାନେ ତାଙ୍କ ସମ୍ମୁଖରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ ତାହା ସେମାନେ ବୁଝିବେ।”


“ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷ କିମ୍ବା ଛେଳି ମଧ୍ୟରୁ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ ତେବେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମେଷ ବା ଛେଳି ଉତ୍ସର୍ଗ କରିବ।


“ଯଦି ସେ ମେଷ କିମ୍ବା ଛାଗ ଆପଣା ପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ତାହା ନିଖୁଣ ପୁଂପଶୁ ହୋଇଥିବ।


ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ।


ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।


ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।


ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ।


ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।


ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା।


ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।


Swiv nou:

Piblisite


Piblisite