Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:11 - ପବିତ୍ର ବାଇବଲ

11 କିନ୍ତୁ ଏବେ ଖ୍ରୀଷ୍ଟ ମହାଯାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖରେ ଥିବା ସମସ୍ତ ଉତ୍ତମ ବିଷୟର ମହାଯାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁରେ ଆପଣା ସେବାକାର୍ଯ୍ୟ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ରେଷ୍ଠ ସ୍ଥଳରେ ସେବାକାର୍ଯ୍ୟ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟର ମହାଯାଜକ ସ୍ଵରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ଵୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଆମ୍ଭେମାନେ ପାଇଛୁ, ସେ ସବୁରୁ ମହାଯାଜକ ରୂପେ ଖ୍ରୀଷ୍ଟ ଆସିଛନ୍ତି। ସେ ଯେଉଁ ଉପାସନା ତମ୍ୱୁରେ କାର୍ଯ୍ୟ କରୁଛନ୍ତି, ତାହା ଶ୍ରେଷ୍ଠ ଓ ଅଧିକ ପୂର୍ଣ୍ଣାଙ୍ଗ। ତାହା ମନୁଷ୍ୟନିର୍ମିତ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,

Gade chapit la Kopi




ଏବ୍ରୀ 9:11
30 Referans Kwoze  

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।


ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।


“ଆମ୍ଭେମାନେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, ‘ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦେବି ଓ ପୁଣି ତିନି ଦିନ ଭିତରେ ଆଉ ଗୋଟିଏ ମନ୍ଦିର ତିଆରି କରିଦେବି, ଯାହାକି ମଣିଷ ହାତରେ ତିଆରି ହୋଇ ନ ଥିବ।”


ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି।


ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


“ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଏହିପରି ଲେଖନ୍ତି,


ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।


ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।


ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”


ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ ପୁଣି ସେହି ବାକ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା।


ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ। ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।


ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।


ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।


ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ।


ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।


ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”


‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ! ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।


ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା।


ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।


“ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ।


ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ।


Swiv nou:

Piblisite


Piblisite