Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:1 - ପବିତ୍ର ବାଇବଲ

1 ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ଵନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ପ୍ରଥମ ନିୟମରେ ଉପାସନାର ପଦ୍ଧତି ଓ ମନୁଷ୍ୟନିର୍ମିତ ଏକ ଉପାସନାସ୍ଥଳୀ ବିଷୟରେ ଉଲ୍ଲେଖ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।

Gade chapit la Kopi




ଏବ୍ରୀ 9:1
14 Referans Kwoze  

ପରମେଶ୍ୱର ଏହା ମଧ୍ୟ କହିଲେ, “ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା।


ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।


ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


“ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି।


ଯଦି ପ୍ରଥମ ନିୟମରେ କୌଣସି ଦୋଷ ନ ଥା’ନ୍ତା ତା'ହେଲେ ସେଠାରେ ଦ୍ୱିତୀୟ ନିୟମର ଆବଶ୍ୟକତା ନ ଥା’ନ୍ତା।


ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା।


ଯଦି ସେମାନେ ସେମାନଙ୍କର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ମନ୍ଦିରର ନ‌କ୍‌ସା ବିଷୟରେ ଜଣାଅ। ଆଉ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସମସ୍ତ ବ୍ୟବସ୍ଥା ସେମାନଙ୍କୁ ଜଣାଅ। ଏବଂ ସେମାନଙ୍କ ଉପସ୍ଥିତିରେ ସେସବୁ ଲେଖ।


ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।


ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।


ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା।


ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି।


ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।


Swiv nou:

Piblisite


Piblisite