ଏବ୍ରୀ 8:5 - ପବିତ୍ର ବାଇବଲ5 ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।” Gade chapit laପବିତ୍ର ବାଇବଲ (Re-edited) - (BSI)5 ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ଵୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ଵର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କରଁ। Gade chapit laଓଡିଆ ବାଇବେଲ5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ୱର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର । Gade chapit laପବିତ୍ର ବାଇବଲ (CL) NT (BSI)5 ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର। Gade chapit la |
ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।
ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।
ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।
କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’