Biblia Todo Logo
Bib sou entènèt

- Piblisite -




ଏବ୍ରୀ 7:26 - ପବିତ୍ର ବାଇବଲ

26 ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 କାରଣ ଏହିପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି ଆକାଶମଣ୍ତଳ ଉପରେ ଉଚ୍ଚୀକୃତ।

Gade chapit la Kopi

ଓଡିଆ ବାଇବେଲ

26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।

Gade chapit la Kopi




ଏବ୍ରୀ 7:26
39 Referans Kwoze  

ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।


ଆମ୍ଭେ ଯାହାକିଛି କହୁଛୁ, ତା'ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି।


“ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।”


ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ।


ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।


ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।


ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା'ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ।


ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”


ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ୟ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।”


ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।


ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ।


ଲେବୀ ପରିବାରବର୍ଗଙ୍କ ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା।


ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।


ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।


ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ।


“ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ’ ଉପରେ ତା'ର କୌଣସି କ୍ଷମତା ନାହିଁ।


ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।”


ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି।


ଭବିଷ୍ୟ‌ଦ୍‌ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।”


ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”


ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ।


ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ।


ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।


ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା।


ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।


“ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।


“ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯେ ପବିତ୍ର ଓ ସତ୍ୟ, ସେ ତୁମ୍ଭକୁ ଏହି କଥା ଲେଖୁଛନ୍ତି। ସେ ଦାଉଦଙ୍କ ଗ୍ଭବି ହାତରେ ଧରିଛନ୍ତି। ସେ ଯାହା ଖୋଲି ଦିଅନ୍ତି, ତାହା ବନ୍ଦ ହୋଇପାରେ ନାହିଁ।


“ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।


ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।


ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି।


Swiv nou:

Piblisite


Piblisite