Biblia Todo Logo
Bib sou entènèt

- Piblisite -




ଏବ୍ରୀ 7:22 - ପବିତ୍ର ବାଇବଲ

22 ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମି‌ନ୍‌ଦାର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ଏହି ପାର୍ଥକ୍ୟ ହେତୁରୁ ଯୀଶୁ ଏକ ମହତ୍ତର ଚୁକ୍ତିର ନିଶ୍ଚିତତା ପ୍ରଦାନ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି।

Gade chapit la Kopi




ଏବ୍ରୀ 7:22
17 Referans Kwoze  

ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।”


“ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’


ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!


ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।


ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ।


ସେହିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। “ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମୋର ରକ୍ତରେ ଏହି ଚୁକ୍ତି ଆରମ୍ଭ ହୁଏ।”


ଏ ଦ୍ରାକ୍ଷାରସ ମୋର ରକ୍ତ। ମୋର ରକ୍ତରେ ପରମେଶ୍ୱରଙ୍କଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନେକ ଲୋକଙ୍କର ପାପକୁ କ୍ଷମା କରିଦିଆଯିବା ପାଇଁ ଏ ରକ୍ତ ଦିଆ ଯାଉଛି।


ତା'ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି।


“ତା'ପରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହିତ ଦୃଢ଼ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣ୍ୟବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ୱର ସେହି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।”


ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।


ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ?


ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସେବକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।


ମୁଁ କପୋତ, ଗ୍ଭତକ ଓ ସାରସ ପକ୍ଷୀ ପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମୋତେ ସାହାଯ୍ୟ କର।”


ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ।


ପରମେଶ୍ୱର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହୋଇଯାଇଛି, ତାହା ଅତିଶୀଘ୍ର ଲୋପ ପାଇଯିବ।


Swiv nou:

Piblisite


Piblisite