ଏବ୍ରୀ 6:4 - ପବିତ୍ର ବାଇବଲ4-6 ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇ-ଅଛନ୍ତି, ସ୍ଵର୍ଗୀୟ ଦାନର ଆସ୍ଵାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ,,ହୋଇଅଛନ୍ତି, Gade chapit laଓଡିଆ ବାଇବେଲ4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, Gade chapit laପବିତ୍ର ବାଇବଲ (CL) NT (BSI)4 ଯେଉଁମାନେ ବିଶ୍ୱାସ ହରାଇଛନ୍ତି, ସେମାନେ ଅନୁତାପ କରି ପୁନର୍ବାର ଫେରି ଆସି ପାରିବେ କି? ସେମାନେ ଏକଦା ଈଶ୍ୱରଙ୍କ ଆଲୋକରେ ବାସ କରୁଥିଲେ, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇ, ପବିତ୍ରଆତ୍ମାଙ୍କୁ ଲାଭ କରିଥିଲେ, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ କରିଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, Gade chapit la |
ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।
ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି।
ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା'ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ।