ଏବ୍ରୀ 5:7 - ପବିତ୍ର ବାଇବଲ7 ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ଵରୂପେ ଆଶଙ୍କାରୁ ରକ୍ଷା ପାଇ Gade chapit laଓଡିଆ ବାଇବେଲ7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ Gade chapit laପବିତ୍ର ବାଇବଲ (CL) NT (BSI)7 ଯେଉଁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାଙ୍କ ନିକଟରେ ଯୀଶୁ ଇହଜୀବନରେ ଅର୍ତ୍ତନାଦ କରି ଅଶୁ ଜଳ ଢାଳି ବିନତିପୂର୍ବକ ପ୍ରାର୍ଥନା କରିଥିଲେ। ସେ ନମ୍ର ଓ ଅନ୍ତରକ୍ତ ହୋଇଥିବାରୁ, ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଈଶ୍ବର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ Gade chapit la |
ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ।
କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।