ଏବ୍ରୀ 5:4 - ପବିତ୍ର ବାଇବଲ4 ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ଵରଙ୍କ କର୍ତ୍ତୃକ ଆହୂତ ହେବା ଆବଶ୍ୟକ। Gade chapit laଓଡିଆ ବାଇବେଲ4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ୱରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ । Gade chapit laପବିତ୍ର ବାଇବଲ (CL) NT (BSI)4 କେହି ନିଜେ ନିଜକୁ ମହାଯାଜକର ସମ୍ମାନାସ୍ପଦ ପଦରେ ନିଯୁକ୍ତ କରିପାରେ ନାହିଁ। ହାରଣଙ୍କ ପରି ଯେ କେବଳ ଈଶ୍ୱରଙ୍କ ଦ୍ୱାରା ଆହୁତ, ସେ ମହାଯାଜକ ପଦ ଲାଭ କରେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ବରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ। Gade chapit la |
ସେମାନେ ଉଷିୟଙ୍କୁ କହିଲେ ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”
ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।
ବୁକ୍କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହସ୍ର ପୁତ୍ର ଥିଲା। ପୀନହସ୍ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।