Biblia Todo Logo
Bib sou entènèt

- Piblisite -




ଏବ୍ରୀ 4:4 - ପବିତ୍ର ବାଇବଲ

4 ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ସପ୍ତମ ଦିନ ସମ୍ଵନ୍ଧରେ ସେ କୌଣସି ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ଵର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;

Gade chapit la Kopi

ଓଡିଆ ବାଇବେଲ

4 କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ କୌଣସି ଏକ ସ୍ଥାନରେ ଏହି ପ୍ରକାରେ କହିଅଛନ୍ତି, ଈଶ୍ୱର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଧର୍ମଶାସ୍ତ୍ରର କୌଣସି ଏକ ସ୍ଥାନରେ “ସପ୍ତମ ଦିନ” ବିଷୟରେ ଏହିପରି ଭାବରେ ଲିଖିତ ଅଛି, “ଈଶ୍ୱର ତାଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସପ୍ତମ ଦିନରେ ବିଶ୍ରାମ କଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, “ଈଶ୍ବର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;”

Gade chapit la Kopi




ଏବ୍ରୀ 4:4
6 Referans Kwoze  

ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।


ମୋର ଓ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏହା ଏକ ଅନନ୍ତକାଳୀନ ଚିହ୍ନ ହେବା ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”’


ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି: “ପରମେଶ୍ୱର! ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର? ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ? ସେ କ’ଣ ସତରେ ମହାନ ଅଟନ୍ତି ଯେ


କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ।


ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।


Swiv nou:

Piblisite


Piblisite