ଏବ୍ରୀ 4:11 - ପବିତ୍ର ବାଇବଲ11 ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯନି କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ। Gade chapit laଓଡିଆ ବାଇବେଲ11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ । Gade chapit laପବିତ୍ର ବାଇବଲ (CL) NT (BSI)11 ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ। Gade chapit la |
ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।