Biblia Todo Logo
Bib sou entènèt

- Piblisite -




ଏବ୍ରୀ 3:3 - ପବିତ୍ର ବାଇବଲ

3 ଯେତେବେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନାରେ ସେହି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ମୋଶାଙ୍କ ତୁଳନାରେ ଯୀଶୁ ଅଧିକ ସମ୍ମାନର ଯୋଗ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ସେ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଗୃହ ଅପେକ୍ଷା ଗୃହନିର୍ମାତାକୁ ଅଧିକ ସମ୍ମାନ ଦିଆଯାଏ। ସେହିପରି ମୋଶାଙ୍କ ଅପେକ୍ଷା ଯୀଶୁ ଅଧିକ ସମ୍ମାନ ପାଇବାକୁ ଯୋଗ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।

Gade chapit la Kopi




ଏବ୍ରୀ 3:3
11 Referans Kwoze  

ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ।


ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।


କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା'ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ।


ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ। ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।


ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।


“ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା'ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।


ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା।


ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ।


Swiv nou:

Piblisite


Piblisite