Biblia Todo Logo
Bib sou entènèt

- Piblisite -




ଏବ୍ରୀ 3:17 - ପବିତ୍ର ବାଇବଲ

17 ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?

Gade chapit la Kopi

ଓଡିଆ ବାଇବେଲ

17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କ'ଣ ସେମାନଙ୍କ ଉପରେ ନୁହେଁ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ଚାଳିଶ ବର୍ଷ ଧରି ଯେଉଁ ଈଶ୍ୱରଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେମାନେ କିଏ? ଯେଉଁମାନେ ପାପ କର୍ମ କରି ମରୁ ପ୍ରାନ୍ତରରେ ପ୍ରାଣ ହରାଇ ଥିଲେ, ସେହିମାନେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?

Gade chapit la Kopi




ଏବ୍ରୀ 3:17
11 Referans Kwoze  

ତୁମ୍ଭେମାନେ ଏହି ମରୁଭୂମି ମଧ୍ୟରେ ମରିବ। କୋଡ଼ିଏ ବର୍ଷରୁ ଅଧିକ ବୟସ୍କ ତୁମ୍ଭମାନଙ୍କ ମଧ୍ୟରୁ ଗଣ୍ୟ ହୋଇଥିବା ଲୋକମାନେ ସମ୍ପୂର୍ଣ୍ଣ ସଂଖ୍ୟା ଅନୁସାରେ ଯେଉଁମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ।


ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି,


ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ।


ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ ‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି ସେମାନେ କ୍ଷେତ୍ରରେ ପଡ଼ି ରହିବେ। କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’”


ସେମାନଙ୍କୁ କୁହ, ‘ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସେମାନେ ଯାହା ଅଭିଯୋଗ କରିଛନ୍ତି’ ତାହା ହିଁ ମୁଁ କରିବି।


ଯେଉଁମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସେ ଦେଶର ଅପଖ୍ୟାତି ପ୍ରଗ୍ଭର କରିଥିଲେ, ସେମାନେ ସଦାପ୍ରଭୁଙ୍କ ଉପସ୍ଥିତରେ ମହାମାରୀ ଦ୍ୱାରା ମଲେ।


ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ, ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି। ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’


Swiv nou:

Piblisite


Piblisite