ଏବ୍ରୀ 3:14 - ପବିତ୍ର ବାଇବଲ14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରଖିବ, ତାହାହେଲେ ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ଅଧିକାରରେ ସହଭାଗୀ ହେବ। Gade chapit laପବିତ୍ର ବାଇବଲ (Re-edited) - (BSI)14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ଵାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ। Gade chapit laଓଡିଆ ବାଇବେଲ14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ । Gade chapit laପବିତ୍ର ବାଇବଲ (CL) NT (BSI)14 ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ। Gade chapit la |
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।
ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା'ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ।