Biblia Todo Logo
Bib sou entènèt

- Piblisite -




ଏବ୍ରୀ 2:13 - ପବିତ୍ର ବାଇବଲ

13 ସେ ଆହୁରି କହନ୍ତି: “ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” ଓ ସେ କୁହନ୍ତି: “ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁନଶ୍ଚ, ମୁଁ ତାହାଙ୍କଠାରେ ମୋହର ବିଶ୍ଵାସ ରଖିବି। ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ଵରଦତ୍ତ ମୋହର ସନ୍ତାନମାନେ।

Gade chapit la Kopi

ଓଡିଆ ବାଇବେଲ

13 ପୁନଶ୍ଚ କହନ୍ତି, ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି। ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ସେ ଏହା ମଧ୍ୟ କହିଛନ୍ତି, “ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବି” ଓ “ଈଶ୍ୱର ମୋତେ ଯେଉଁ ସନ୍ତାନମାନଙ୍କୁ ଦେଇଛନ୍ତି, ସେମାନେ ମୋ’ ସହିତ ଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।”

Gade chapit la Kopi




ଏବ୍ରୀ 2:13
16 Referans Kwoze  

ପରମେଶ୍ୱର ମୋର ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ୱାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମୋତେ ରକ୍ଷା କରନ୍ତି। ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”


ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି।


ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ।


ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”


ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”


ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ। ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ। ପରମେଶ୍ୱର ମୋର ଢାଲ ସଦୃଶ। ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।


ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି, ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ, ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି।


ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?” ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”


ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।


ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।


ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


Swiv nou:

Piblisite


Piblisite