Biblia Todo Logo
Bib sou entènèt

- Piblisite -




ଏବ୍ରୀ 13:22 - ପବିତ୍ର ବାଇବଲ

22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି।

Gade chapit la Kopi

ଓଡିଆ ବାଇବେଲ

22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ହେ ଭାଇମାନେ, ଅନୁରୋଧ କରୁଛି, ମୋର ଏହି ନାତିଦୀର୍ଘ ପତ୍ରର ବାର୍ତ୍ତା ପ୍ରତି ଧୈର୍ଯ୍ୟର ସହିତ ମନୋଯୋଗ କର। ତୁମ୍ଭମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ମୁଁ ଲେିଖିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି।

Gade chapit la Kopi




ଏବ୍ରୀ 13:22
22 Referans Kwoze  

ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ।


ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।


ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।


ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।


ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ,


ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।


ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।


ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ।


ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ।


ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”


ପରମେଶ୍ୱର ମୋ’ ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମୋତେ ଯାହା ଦେଖାଇଛନ୍ତି, ସେ ବିଷୟରେ ମୁଁ ଅଳ୍ପ କିଛି ଲେଖି ସାରିଛି।


ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ: “ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ, ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।


ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।


Swiv nou:

Piblisite


Piblisite