ଏବ୍ରୀ 13:14 - ପବିତ୍ର ବାଇବଲ14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। Gade chapit laପବିତ୍ର ବାଇବଲ (Re-edited) - (BSI)14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ଵେଷଣ କରୁଅଛୁ। Gade chapit laଓଡିଆ ବାଇବେଲ14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ । Gade chapit laପବିତ୍ର ବାଇବଲ (CL) NT (BSI)14 କାରଣ ଆମ ପାଇଁ ଏ ଜଗତରେ କୌଣସି ସ୍ଥାୟୀ ନଗର ନାହିଁ; ଯେଉଁ ନଗର ଭବିଷ୍ୟତରେ ସ୍ଥାପିତ ହେବ, ଆମେ ସେହି ନଗର ଅପେକ୍ଷାରେ ଅଛୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। Gade chapit la |
ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
ଯେ ବିଜୟୀ ହୁଏ, ତାହାକୁ ମୁଁ ମୋର ପରମେଶ୍ୱରଙ୍କ ମନ୍ଦିରରେ ଗୋଟିଏ ସ୍ତମ୍ଭ ସ୍ୱରୂପ ରଖିବି। ସେ କଦାପି ସେଠାରୁ ସ୍ଥାନଚ୍ୟୁତ ହେବ ନାହିଁ। ମୁଁ ସେହି ଲୋକ ଉପରେ ପରମେଶ୍ୱରଙ୍କ ନାମ ଲେଖିବି। ମୋ’ ପରମେଶ୍ୱରଙ୍କର ନଗରର ନାମ ମଧ୍ୟ ମୁଁ ତା’ ଉପରେ ଲେଖିବି। ଏହି ନଗରର ନାମ “ନୂତନ ଯିରୁଶାଲମ”। ସେହି ନଗର ମୋହର ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ଆସୁଅଛି। ମୁଁ ମୋର ନୂତନ ନାମ ମଧ୍ୟ ସେହି ଲୋକ ଉପରେ ଲେଖିବି।