Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:7 - ପବିତ୍ର ବାଇବଲ

7 ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା'ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ; ଈଶ୍ଵର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି?

Gade chapit la Kopi

ଓଡିଆ ବାଇବେଲ

7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ତୁମ୍ଭମାନଙ୍କର ଦୁଃଖ କ୍ଳେଶକୁ ପିତାଙ୍କର ଶାସନ ବୋଲି ମନେକରି ସହ୍ୟ କର, ଏହାଦ୍ୱାରା ସେ ତୁମ ସହିତ ପିତୃବତ୍ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ ପାଉଛି। ପିତାଠାରୁ କେବେ ଶାସ୍ତି ପାଇ ନାହିଁ, ଏପରି ପୁତ୍ର ଅଛି କି?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି?

Gade chapit la Kopi




ଏବ୍ରୀ 12:7
16 Referans Kwoze  

ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା'ର ବିନାଶର କାରଣ ହେବ।


ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି।


ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା'ର ଇଚ୍ଛାରେ ଛାଡ଼ି ଦେଲେ, ସେ ତା'ର ମାତାକୁ ଲଜ୍ଜା ଦିଏ।


ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ରେମ କରେ, ସେ ଯଥା ସମୟରେ ଶାସ୍ତି ପାଏ।


ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦେବ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦେବ।


ମୁଁ ତା'ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି।


ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।


ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା'ର ବଂଶକୁ ଦଣ୍ତ ଦେବି, ଯେହେତୁ ତା'ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା'ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ।


ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ।


ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ'ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’


ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।”


ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।


Swiv nou:

Piblisite


Piblisite