Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:25 - ପବିତ୍ର ବାଇବଲ

25 ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର; କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ଵର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ!

Gade chapit la Kopi

ଓଡିଆ ବାଇବେଲ

25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ ନ କର, କାରଣ ଯେ ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ସେମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ଯେ ରକ୍ଷା ପାଇବା ନାହିଁ, ଏହା କେତେ ଅଧିକ ସୁନିଶ୍ଚିତ !

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ଅତଏବ, ସାବଧାନ, ତାହାଙ୍କର କଥାକୁ ଅବଜ୍ଞା କର ନାହିଁ। ସ୍ୱର୍ଗରୁ ବାର୍ତ୍ତା ନେଇ ଆସି ପୃଥିବୀରେ ତାହାକୁ ପରିବେଷଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଯେଉଁମାନେ କର୍ଣ୍ଣପାତ କଲେ ନାହିଁ, ସେମାନେ କେହି ରକ୍ଷା ପାଇ ନାହିଁନ୍ତି। ତା’ହେଲେ, ଏବେ ଯେ ସ୍ୱର୍ଗରେ ଥାଇ କଥା କହିଛନ୍ତି, ତାଙ୍କୁ ଉପେକ୍ଷା କଲେ ଆମେ କଅଣ ତ୍ରାହି ପାଇ ପାରିବା?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ!

Gade chapit la Kopi




ଏବ୍ରୀ 12:25
36 Referans Kwoze  

ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।


କିନ୍ତୁ ସେହି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସେମାନେ ଜି‌ଦ୍‌ଖୋର ହୋଇ ତାଙ୍କ ମୁହଁ ଫେରାଇଲେ ଏବଂ ତାଙ୍କ କାନ ଘୋଡ଼ାଇ ପକାଇଲେ।


ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। ମାତ୍ର ଯେ ଅନୁଯୋଗ ଗ୍ରହଣ କରେ, ସେ ମର୍ଯ୍ୟାଦା ପାଏ।


ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର।


ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲର ଲୋକମାନଙ୍କୁ ଏହି କଥା କୁହ, “ଆମ୍ଭେ ସ୍ୱର୍ଗରେ ରହି ତୁମ୍ଭମାନଙ୍କ ସହିତ କଥା କହିଥିଲୁ। ତୁମ୍ଭେମାନେ ଦେଖିଅଛ।


ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”


ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ୟ କର ନାହିଁ।


“କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ।


“କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ।


“କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ,


ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ? ଆମ୍ଭେ ଯିଶୀର କିଛି ଭୂମି ପାଉ କି? ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।” ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ।


“ଇସ୍ରାଏଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରୁଅଛି, କାହିଁକି ତୁମ୍ଭେମାନେ ଇସ୍ରାଏଲର ସଦାପ୍ରଭୁଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କଲ? ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲ? ଏହା କ’ଣ ସଦାପ୍ରଭୁଙ୍କ ନୀତି ବାହାରେ ନୁହେଁ? ଏହା ତୁମ୍ଭେମାନେ ଠିକ୍ ରୂପେ ଜାଣ।


ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଅନୁସରଣ ନ କର, ସେ ଇସ୍ରାଏଲକୁ ମରୁଭୂମିରେ ଛାଡ଼ି ଦେବେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।”


ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ ପ୍ରତ୍ୟେକ ବିଶ୍ରାମ ଦିନରେ ନିଜ ନିଜ ସ୍ଥାନରୁ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ଥାଅ।”


ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ।


ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।


“ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ।


ଆଉ ଯିରୁଶାଲମର ଲୋକମାନେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାନ୍ତି।”


ସେମାନଙ୍କର ପୂର୍ବପୁରୁଷମାନଙ୍କ ପରି ସେମାନେ ଅଧର୍ମ ଆଚରଣ କରିଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଆମ୍ଭର ବାକ୍ୟ ଅଗ୍ରାହ୍ୟ କଲେ ଓ ଅନ୍ୟ ଦେବଗଣଙ୍କୁ ସେବା କଲେ। ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସେମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।”


ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ। ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।


“ତୁମ୍ଭେମାନେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ! ତୁମ୍ଭେମାନେ କ’ଣ ତାହା ପ୍ରକାଶ କରିବ ନାହିଁ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ୱର କିଛି ତୁମ୍ଭକୁ ଦେଖାଇଦେବୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ।


ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।


ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ।


ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”


କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”


ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟ‌‌ଦ୍‌‌‌‌ବାଣୀର ମୂଳ ଆତ୍ମା ସ୍ୱରୂପ।’’


ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର।


ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ।


ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’


ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ।


ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧ୍ୟରେ କେହି ପାପ ନ କର, ଅବିଶ୍ୱାସୀ ନ ହୁଅ, ଓ ଜୀବିତ ପରମେଶ୍ୱରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।


ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।


ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ।


Swiv nou:

Piblisite


Piblisite