Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:11 - ପବିତ୍ର ବାଇବଲ

11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ; ତଥାପି ଯେଉଁମାନେ ତଦ୍ଦ୍ଵାରା ଶିକ୍ଷାପ୍ରାପ୍ତ ହୋଇଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ଵରୂପ ଧାର୍ମିକତା ପ୍ରଦାନ କରେ।

Gade chapit la Kopi

ଓଡିଆ ବାଇବେଲ

11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଶାସ୍ତି ପାଇବା ବେଳେ ଆମ୍ଭମାନଙ୍କୁ ତାହା ଦୁଃଖଦାୟକ ମନେ ହୁଏ, କଦାପି ସୁଖକର ନୁହେଁ। କିନ୍ତୁ ଶାସ୍ତି ଦ୍ୱାରା ଯେଉଁମାନଙ୍କର ଜୀବନ ଶୃଙ୍ଖଳିତ ହୁଏ, ସେମାନେ ପରେ ଶାନ୍ତିପ୍ରଦ ଧାର୍ମିକ ଜୀବନ ରୂପ ପୁରସ୍କାର ଲାଭ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ।

Gade chapit la Kopi




ଏବ୍ରୀ 12:11
20 Referans Kwoze  

ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍।


ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ।


ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।


ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି। ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।


ପୁଣି ସେହି ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହେବ।


ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା'ର ବିନାଶର କାରଣ ହେବ।


ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।


ଜଣେ ଯିଏ ଜ୍ଞାନର ପଥ ତ୍ୟାଗ କରେ, ପୁଣି ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମରିବ।


କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।


ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା।


ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।


ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ।


ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ।


ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।


ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ।


Swiv nou:

Piblisite


Piblisite