Biblia Todo Logo
Bib sou entènèt

- Piblisite -




ଏବ୍ରୀ 11:7 - ପବିତ୍ର ବାଇବଲ

7 କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ବିଶ୍ଵାସ ଦ୍ଵାରା ନୋହ ସେସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ଵନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି ସେହି ବିଶ୍ଵାସ ଦ୍ଵାରା ସେ ଜଗତକୁ ଦୋଷୀ କରି ବିଶ୍ଵାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।

Gade chapit la Kopi

ଓଡିଆ ବାଇବେଲ

7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।

Gade chapit la Kopi




ଏବ୍ରୀ 11:7
41 Referans Kwoze  

ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।


ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ।


ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।


ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।


“ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ।


ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି।


ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ।


ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।


ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ।


ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।


ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।”


ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ?


ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଗ୍ଭଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।


ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିହ୍ନ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ ପ୍ରାଣୀ, ଖେଚର ପକ୍ଷୀ, ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନୋହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ।


ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା।


ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।


ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି। ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।


ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।


କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’” (ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”)


ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି।


ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ।


ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।


ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।


ନୋହ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସମସ୍ତ କାର୍ଯ୍ୟ କଲେ।


ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ।


ତା'ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ।


ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।


“ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।)


“ଜାହାଜକୁ ପରିତ୍ୟାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ


ତହିଁରେ ନୋହ ସେହିପରି କଲେ। ନୋହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ।


କାରଣ ସେ ତୂରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ୟା କରନ୍ତି। ତେବେ ସେମାନେ ନିଜର ମୃତ୍ୟୁ ପାଇଁ ଦାୟୀ ରହିବେ। କାରଣ ସେମାନେ ସଚେତନ ହୋଇଥିଲେ ନିଜର ପ୍ରାଣ ବଞ୍ଚାଇ ଥା’ନ୍ତେ।


କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।


ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ।


ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ।


ଆୟୁବ, ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।


Swiv nou:

Piblisite


Piblisite