Biblia Todo Logo
Bib sou entènèt

- Piblisite -




ଏବ୍ରୀ 11:16 - ପବିତ୍ର ବାଇବଲ

16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍, ସ୍ଵର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ଵର ସେମାନଙ୍କ ଈଶ୍ଵର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ଵନ୍ଧରେ ଲଜ୍ଜିତ ନୁହନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି,।

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ୱର ସେମାନଙ୍କ ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ବରଞ୍ଚ ସେମାନେ ଏକ ଉତ୍କୃଷ୍ଟତର ଦେଶକୁ, ଅର୍ଥାତ୍ ସ୍ୱର୍ଗୀୟ ଦେଶକୁ ଯିବା ପାଇଁ ଆକାଂକ୍ଷା କରୁତିଲେ। ତେଣୁ ସେମାନେ ଈଶ୍ୱରଙ୍କୁ ନିଜଗର ଈଶ୍ୱର ବୋଲି ସମ୍ପୋଧନ କରିବା ଦ୍ୱାରା ସେ ଲଜ୍ଜିତ ହୋଇ ନ ଥିଲେ। ବାସ୍ତବିକ, ଈଶ୍ୱର ସେମାନଙ୍କ ନିମନ୍ତେ ଏକ ନଗରୀ ପ୍ରସ୍ତୁତ କରି ରଖିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।

Gade chapit la Kopi




ଏବ୍ରୀ 11:16
26 Referans Kwoze  

ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ।


ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।


କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।


ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା'ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି।


ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ।


“ତା'ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।”


କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ।


ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି।


ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।


ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇ‌ସ୍‌ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।” ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।


ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”


ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିକଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ସଦାପ୍ରଭୁ (ସ୍ୱୟମ୍ଭୂ)ଙ୍କର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’ ‘ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଛନ୍ତି।”’


‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର।’ ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।


“ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି।


ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇ‌ସ୍‌ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା।


ପୁନରୁ‌ତ୍‌ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’।


ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”


ସେହି ରାତ୍ରିରେ ସଦାପ୍ରଭୁ ଇ‌ସ୍‌ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।”


ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’


ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।


ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ।


ତା'ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।


Swiv nou:

Piblisite


Piblisite