ଏବ୍ରୀ 11:1 - ପବିତ୍ର ବାଇବଲ1 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। Gade chapit laପବିତ୍ର ବାଇବଲ (Re-edited) - (BSI)1 ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। Gade chapit laଓଡିଆ ବାଇବେଲ1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ । Gade chapit laପବିତ୍ର ବାଇବଲ (CL) NT (BSI)1 ପ୍ରତ୍ୟାଶିତ ବିଷୟ ପାଇବାର ନିଶ୍ଚିତ ବୋଧ ଓ ଅଦୃଶ୍ୟ ବିଷୟ ବାସ୍ତବତା ହୃଦୟଙ୍ଗମ କରିବା ହିଁ ବିଶ୍ୱାସ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। Gade chapit la |
କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି।
ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ।