Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:7 - ପବିତ୍ର ବାଇବଲ

7 ତା'ପରେ ମୁଁ କହିଲି: ‘ପରମେଶ୍ୱର ମୁଁ ଅଛି ଏଠାରେ ବ୍ୟବସ୍ଥା ପୁସ୍ତକରେ ମୋ’ ବିଷୟରେ ଲେଖା ଅଛି। ତୁମ୍ଭେ ଗ୍ଭହିଁ ଥିବା କାର୍ଯ୍ୟଗୁଡ଼ିକ ମୁଁ କରିବା ପାଇଁ ଆସିଛି।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, ହେ ଈଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।

Gade chapit la Kopi

ଓଡିଆ ବାଇବେଲ

7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋ' ବିଷୟରେ ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ତେଣୁ ମୁଁ କହିଲି, ‘ହେଈଶ୍ୱର, ମୋ’ ସମନ୍ଧରେ ବ୍ୟବସ୍ଥା ପସ୍ତକରେ ଯେପରି ଲିଖିତ ଅଛି, ମୁଁ ସେହି ପ୍ରକାରେ ତୁମର ଇଚ୍ଛା ସାଧନ କରିବାକୁ ପ୍ରସ୍ତୁତ ଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।”

Gade chapit la Kopi




ଏବ୍ରୀ 10:7
12 Referans Kwoze  

ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର।


ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ।


“ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।


“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।


ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି। ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି। ତୁମ୍ଭେ ତା'ର ପିଲାର ଗୋଇଠିକୁ କାମୁଡ଼ିବ, କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”


ସେ ସୃଷ୍ଟି କରିଥିବା ପୃଥିବୀରେ ମୁଁ ଉପଭୋଗ କଲି। ମୋର ଆନନ୍ଦ ଲୋକମାନଙ୍କ ସହିତ ଥିଲା।


ଏବଂ ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥିରେ ଲେଖା ଯାଇଥିଲା।


ମୋର ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣକୁ ମୁକ୍ତ କରିଛନ୍ତି; ପୁଣି ମୁଁ ତାଙ୍କର ବିରୁଦ୍ଧାଗ୍ଭରୀ ହୋଇ ନାହିଁ କିମ୍ବା ପଛକୁ ଫେରି ନାହିଁ।


ତା'ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା।


ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”


Swiv nou:

Piblisite


Piblisite