Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:26 - ପବିତ୍ର ବାଇବଲ

26 ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା'ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ଵେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,

Gade chapit la Kopi

ଓଡିଆ ବାଇବେଲ

26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ଆମ୍ଭମାନଙ୍କ ନିକଟରେ ସତ୍ୟ ପ୍ରକାଶିତ ହେବା ପରେ ଆମେ ଯଦି ଜାଣି ଶୁଣି ପାପରେ ଲିପ୍ତ ରହୁ, ତେବେ ଆଉ କୌଣସି ବଳିଦାନ ଆମକୁ ପାପରୁ ମୁକ୍ତ କରି ପାରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,

Gade chapit la Kopi




ଏବ୍ରୀ 10:26
20 Referans Kwoze  

ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା'ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”


“ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ।


ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା'ହେଲେ ସେ ପାପ କରିଥାଏ।


ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।


ଯେଉଁ ଲୋକମାନେ ହଜିଯାଇଛନ୍ତି, ସେମାନଙ୍କୁ ଠକିବାକୁ ଏହି ମନ୍ଦବ୍ୟକ୍ତି ପ୍ରତ୍ୟେକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସେମାନେ ସତ୍ୟକୁ ଭଲ ପାଇବା ପାଇଁ ଅସ୍ୱୀକାର କଲେ, ଯାହା ଦ୍ୱାର ସେମାନେ ଉଦ୍ଧାର ପାଇଥା’ନ୍ତେ।


ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।


ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି।


“ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍।


“ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।


“ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ।


ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତୁ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?” ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।


ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ।


Swiv nou:

Piblisite


Piblisite