Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:21 - ପବିତ୍ର ବାଇବଲ

21 ପରମେଶ୍ୱରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ୟ ଜଣେ ମହାଯାଜକ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି, ଈଶ୍ଵରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାନ ଯାଜକ ଥିବାରୁ

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ଈଶ୍ୱରଙ୍କ ମନ୍ଦିର ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ଈଶ୍ୱରଙ୍କ ଗୃହ ଏବେ ଆମ୍ଭମାନଙ୍କ ମହାଯାଜକଙ୍କ ଜିମାରେ ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ

Gade chapit la Kopi




ଏବ୍ରୀ 10:21
12 Referans Kwoze  

ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


ଆମ୍ଭେ ଯାହାକିଛି କହୁଛୁ, ତା'ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି।


ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମ‌ଲ୍‌କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି।


ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି।


ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।


କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।


ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।


Swiv nou:

Piblisite


Piblisite