ଏବ୍ରୀ 10:11 - ପବିତ୍ର ବାଇବଲ11 ଯାଜକମାନେ ପ୍ରତିଦିନ ଠିଆ ହୋଇ ସେମାନଙ୍କର ଧାର୍ମିକ ସେବା କାର୍ଯ୍ୟ କରନ୍ତି। ସେହି, ସମାନ ବଳିଗୁଡ଼ିକ ସେମାନେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସେହିଭଳି ବଳି କେବେ ହେଲେ ପାପହରଣ କରିପାରେ ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରି ପାରେ ନାହିଁ। Gade chapit laଓଡିଆ ବାଇବେଲ11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହି ସବୁ କେବେ ପାପ ହରଣ କରି ପାରେ ନାହିଁ । Gade chapit laପବିତ୍ର ବାଇବଲ (CL) NT (BSI)11 ଇହୁଦୀ ଯାଜକମାନେ ପ୍ରତିଦିନ ନିଜର କର୍ତ୍ତବ୍ୟ ସାଧନ କରି ସେହି ଏକ ପ୍ରକାର ବଳିଦାନ ବାରମ୍ବାର ଉତ୍ସର୍ଗ କରୁଥାଆନ୍ତି, କିନ୍ତୁ ଏହିସବୁ ବଳିଦାନ ଦ୍ୱାରା କେବେହେଲେ ପାପ ମୋଚନ ହୋଇପାରେ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ। Gade chapit la |
ବ୍ୟବସ୍ଥା ଆମ୍ଭକୁ ଭବିଷ୍ୟତରେ ଘଟିବାକୁ ଥିବା ଉତ୍ତମ ବିଷୟ ଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ୟବସ୍ଥା ପ୍ରକୃତ ବିଷୟ ଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ୟବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁହେ। ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସେହି ବଳି ସମର୍ପଣ କାର୍ଯ୍ୟ କରି ଗ୍ଭଲିଥା’ନ୍ତି। କିନ୍ତୁ ବ୍ୟବସ୍ଥା କେବେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।