ଏବ୍ରୀ 10:10 - ପବିତ୍ର ବାଇବଲ10 ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)10 ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ଵାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। Gade chapit laଓଡିଆ ବାଇବେଲ10 ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ । Gade chapit laପବିତ୍ର ବାଇବଲ (CL) NT (BSI)10 ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। Gade chapit la |
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।
ତା'ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା।