Biblia Todo Logo
Bib sou entènèt

- Piblisite -




ଏବ୍ରୀ 1:5 - ପବିତ୍ର ବାଇବଲ

5 ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ, “ମୁଁ ତା'ର ପିତା ହେବି, ସେ ମୋର ପୁତ୍ର ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ଈଶ୍ଵର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”

Gade chapit la Kopi

ଓଡିଆ ବାଇବେଲ

5 କାରଣ ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?'' ପୁନଶ୍ଚ, "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ ?''

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 କାରଣ କେବେ ହେଲେ ଈଶ୍ବର କୌଣସି ଦୂତଙ୍କୁ କହି ନାହାନ୍ତି: “ତୁମେ ମୋର ପୁତ୍ର, ଆଜିଠାରୁ ମୁଁ ତୁମର ପିତା ହେଲି”; କିମ୍ବା ଈଶ୍ୱର କୌଣସି ଦୂତ ସମ୍ପର୍କରେ କହି ନାହାନ୍ତି, “ମୁଁ ତାହାର ପିତା ଏବଂ ସେ ମୋର ପୁତ୍ର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”

Gade chapit la Kopi




ଏବ୍ରୀ 1:5
8 Referans Kwoze  

ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି। ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି ଓ ତୁମ୍ଭେ ମୋର ପୁତ୍ର ହେଲ।


ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି: ‘ତୁମ୍ଭେ ମୋ’ ପୁତ୍ର, ଆଜି ମୁଁ ତୁମ୍ଭର ପିତା ହେଲି।’


ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।”


ମୁଁ ତା'ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି।


ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ।


ଶଲୋମନ ଆମ୍ଭ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମୋର ପୁତ୍ର ହେବ ଏବଂ ଆମ୍ଭେ ତାହାର ପିତା ହେବା। ଏବଂ ଆମ୍ଭେ ଶଲୋମନର ରାଜ୍ୟକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇସ୍ରାଏଲ ଉପରେ ସଦାସର୍ବଦା ରାଜତ୍ୱ କରିବ।’”


ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା।


Swiv nou:

Piblisite


Piblisite