Biblia Todo Logo
Bib sou entènèt

- Piblisite -




ହାଗୟ 2:21 - ପବିତ୍ର ବାଇବଲ

21 “ଯିହୁଦାର ଶାସକ ଯିରୁବ୍ବାବିଲଙ୍କ ନିକଟକୁ ଯାଅ। ଆମ୍ଭେ ପୃଥିବୀ ଓ ସ୍ୱର୍ଗକୁ ଥରାଇ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଯିହୁଦାର ଦେଶାଧ୍ୟକ୍ଷ ଯିରୁବ୍ବାବିଲକୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ତଳ ଓ ପୃଥିବୀକି ହଲାଇବା;

Gade chapit la Kopi

ଓଡିଆ ବାଇବେଲ

21 ଯିହୁଦାର ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍କୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀକୁ ହଲାଇବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 “ଯିହୁଦାର ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍ଙ୍କୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀକୁ ହଲାଇବା;

Gade chapit la Kopi




ହାଗୟ 2:21
14 Referans Kwoze  

ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।


ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ।


ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି। ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।


ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।


ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ, ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ। ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହେବ। ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହେବେ।


ମୋର ପ୍ରଭୁ, ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, “ତୁମ୍ଭର ପତନର ଶବ୍ଦରେ ଭୂମଧ୍ୟସାଗରସ୍ଥ ଦ୍ୱୀପସମୂହ କମ୍ପିତ ହେବ। ଏହା ଘଟିବ ଯେତେବେଳେ ଆହତ ଲୋକମାନେ ଭୟରେ ବିଳାପ କରିବେ ଓ ସେମାନଙ୍କୁ ସଂହାର କରାଯିବ।


ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ‌ବି‌‌‌ଲ୍‌‌ଶନ୍, ମିସ୍ପର, ବି‌‌‌ଗ୍‌ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।


ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ।


ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।”


Swiv nou:

Piblisite


Piblisite