ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟଦ୍ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।