Biblia Todo Logo
Bib sou entènèt

- Piblisite -




ହାଗୟ 2:13 - ପବିତ୍ର ବାଇବଲ

13 ତା'ପରେ ହାଗୟ କହିଲେ, “ଯଦି ଜଣେ ବ୍ୟକ୍ତି ଗୋଟିଏ ଶବକୁ ଛୁଏଁ ତେବେ ସେ କ’ଣ ଅପବିତ୍ର ହେବ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡ଼ିକୁ ଛୁଏଁ ସେଗୁଡ଼ିକ କ’ଣ ଅପବିତ୍ର ହୋଇଯିବ?” ଯାଜକ ଉତ୍ତର ଦେଲେ, “ହଁ, ସେହି ଜିନିଷ ଅପବିତ୍ର ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେତେବେଳେ ହାଗୟ କହିଲେ, ଶବ ଦ୍ଵାରା ଅଶୁଚି ହୋଇଥିବା କୌଣସି ଲୋକ ଯେବେ ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ।

Gade chapit la Kopi

ଓଡିଆ ବାଇବେଲ

13 ସେତେବେଳେ ହାଗୟ କହିଲେ, ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେତେବେଳେ ହାଗୟ କହିଲେ, “ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ?” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ତାହା ଅଶୁଚି ହେବ।”

Gade chapit la Kopi




ହାଗୟ 2:13
6 Referans Kwoze  

ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ୟ ଉତ୍ସର୍ଗ କରିବେ ନାହିଁ। ସେମାନେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସେମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧରେ ଖାଦ୍ୟ ଭକ୍ଷ୍ୟଣ ପରି ହେବ। ଯେ ଏହାକୁ ଭକ୍ଷ୍ୟଣ କରିବ ସେ ଅପବିତ୍ର ହେବ। ସେମାନଙ୍କର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ ନାହିଁ। ସେମାନେ ନିଜେ ସେହି ରୋଟୀକୁ ଭକ୍ଷ୍ୟଣ କରିବେ।


କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।


Swiv nou:

Piblisite


Piblisite