Biblia Todo Logo
Bib sou entènèt

- Piblisite -




ହାଗୟ 1:8 - ପବିତ୍ର ବାଇବଲ

8 ପର୍ବତ ଉପରକୁ ଯାଅ ଓ କାଠ ନେଇ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କର। ତା'ପରେ ଆମ୍ଭେ ଏହି ଗୃହ ନିମନ୍ତେ ଆନନ୍ଦିତ ହେବା ଓ ଗୌରବାନ୍ୱିତ ହେବା।” ସଦାପ୍ରଭୁ ଏହା କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ଵିତ ହେବା, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi




ହାଗୟ 1:8
21 Referans Kwoze  

ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋ‌ନ୍‌ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।


ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ।


ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।


ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ।


ସେହି ସ୍ଥାନରେ ମୁଁ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମୋର ମହିମାରେ ତମ୍ବୁଟି ପବିତ୍ର ହେବ।


ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହେବ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା,’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।”


ତହିଁରେ ତୁମ୍ଭେମାନେ ତାହାର ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ତା'ର “ଦୁ‌ଗ୍‌ଧ” ଦୋହନ କରି ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।


ଲିବାନୋ‌ନ୍‌ର ଗୌରବ ତୁମ୍ଭ ନିକଟକୁ ଆସିବ। ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା।


କେଦରର ସମସ୍ତ ମେଷ ତୁମ୍ଭ ନିକଟରେ ଏକତ୍ରିତ ହେବେ ଓ ନବାୟୋତର ମେଷପଲ ତୁମ୍ଭର ସେବା କରିବେ। ସେମାନେ ଆମ୍ଭଦ୍ୱାରା ଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦି ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ୱରୂପ ମନ୍ଦିରକୁ ଭୂଷିତ କରିବା।


ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ।


ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା।


ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାହା କରୁଛ, ସେ ବିଷୟରେ ଚିନ୍ତା କର।


ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”


Swiv nou:

Piblisite


Piblisite