ହାଗୟ 1:12 - ପବିତ୍ର ବାଇବଲ12 ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ମହାଯାଜକ ଯିହୋଶୂୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ୱର ହାଗୟଙ୍କୁ ପ୍ରେରଣ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ୟଦ୍ବକ୍ତା ହାଗୟଙ୍କଠାରୁ ସଦାପ୍ରଭୁ ଦେଇଥିବା ବାର୍ତ୍ତା ଶୁଣିଲେ। ସେମାନେ ସେମାନଙ୍କର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ୱରଙ୍କୁ ଜଣାଇଲେ। Gade chapit laପବିତ୍ର ବାଇବଲ (Re-edited) - (BSI)12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁସବୁ ବାକ୍ୟ ପ୍ରେରଣ କରିଥିଲେ, ସେସବୁରେ ମନୋଯୋଗ କଲେ; ଆଉ, ଲୋକ-ମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। Gade chapit laଓଡିଆ ବାଇବେଲ12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ୍ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁ ସବୁ ବାକ୍ୟ ପ୍ରେରଣ କରିଥିଲେ, ସେହିସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ୍ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁସବୁ ବାକ୍ୟ ପ୍ରେରଣ କରିଥିଲେ, ସେହି ସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। Gade chapit la |
ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।
ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟଦ୍ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।