Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 9:5 - ପବିତ୍ର ବାଇବଲ

5 ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତା; ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।

Gade chapit la Kopi




ଆଦି ପୁସ୍ତକ 9:5
26 Referans Kwoze  

“ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।


ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।


“ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ।


ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ କିମ୍ବା ପ୍ରତିବାସୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।


“ତୁମ୍ଭେ ନରହତ୍ୟା କରିବ ନାହିଁ।


ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,


ରୁବେନ୍ ସେମାନଙ୍କୁ କହିଲା, “ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭେମାନେ ସେତେବେଳେ ମୋ’ କଥା ଶୁଣିଲ ନାହିଁ। ସେଥିପାଇଁ ଆମ୍ଭେମାନେ ଦଣ୍ଡ ଭୋଗୁଅଛୁ।”


ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ।


ତେଣୁ ମୁଁ ତୁମ୍ଭକୁ ହତ୍ୟା କରିବି ଓ ତୁମ୍ଭମାନଙ୍କୁ ଏହି ଭୂମିରୁ ଉଚ୍ଛିନ୍ନ କରିବି। କାରଣ ତୁମ୍ଭେ ଦୁଷ୍ଟ ପ୍ରକୃତିର ଲୋକ, ଏକ ଧର୍ମପରାୟଣ ଲୋକକୁ ହତ୍ୟା କରିଛ, ଯେତେବେଳେ ସେ ତା'ର ନିଜ ଗୃହରେ ତା'ର ଶଯ୍ୟାରେ ବିଶ୍ରାମ ନେଉଥିଲା।”


ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଜିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଜିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”


“ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ।


ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ।


“ଯଦି କେହି ଲୌହ ନିର୍ମିତ ଅସ୍ତ୍ରଦ୍ୱାରା କାହାରିକୁ ବଧ କରେ, ତେବେ ସେ ନରହତ୍ୟାକାରୀ ଓ ସେ ପ୍ରାଣଦଣ୍ତ ପାଇବ।


ଆଉ ଯେଉଁ ପଥରଦ୍ୱାରା ଜଣକର ମୃତ୍ୟୁ ହୋଇପାରିବ, ସେପରି ଏକ ପଥର ଦ୍ୱାରା ଯଦି କେହି କାହାରିକୁ ଆଘାତ କରି ମାରିଦିଏ, ତେବେ ସେ ନରହତ୍ୟାକାରୀ ଓ ତା'ର ଅବଶ୍ୟ ପ୍ରାଣଦଣ୍ତ ହେବ।


ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ରରେ ଜଣେ ମରିପାରିବ, ସେପରି ଏକ ଅସ୍ତ୍ର ବ୍ୟବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥିରେ ସେ ମରେ, ତେବେ ସେ ନରହତ୍ୟାକାରୀ ଓ ସେ ଅବଶ୍ୟ ମୃତ୍ୟୁଦଣ୍ତ ପାଇବ।


“ଏହା ଏପରି ହୋଇପାରେ ଯେ, କେହି ଜଣେ ଲୁଚି ରହିବ ଏବଂ ଫାନ୍ଦରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକୁ ସେ ଘୃଣା କରେ ତାକୁ ହତ୍ୟା କରିବାକୁ ଏବଂ ତାକୁ ହତ୍ୟା କରିବା ପରେ, ଧରାଯାଉ ସେ ସେହି ନଗରମାନଙ୍କରୁ ଏକ ନଗରକୁ ଦୌଡ଼େ ଓ ଏକ ନିରାପଦ ନଗରରେ ରହେ।


ଯଦି ଏପରି ଘଟେ, ତେବେ ତା'ର ନଗରର ପ୍ରାଚୀନମାନେ ତାକୁ ଡାକି ପଠାଇବେ ଏବଂ ତାକୁ ଫେରାଇ ଆଣିବେ। ଏବଂ ତାହାକୁ ହତ୍ୟା କରିବା ପାଇଁ ରକ୍ତର ପ୍ରତିହନ୍ତାର ହସ୍ତରେ ସମର୍ପଣ କରିବେ। ଏବଂ ତାକୁ ହତ୍ୟା କରାଯିବା ଉଚିତ୍।


ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।


ଅନନ୍ତର ଅହସିୟଙ୍କର ମାତା ଅଥଲିୟା ନିଜ ପୁତ୍ରର ମୃତ୍ୟୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।


ଆମୋ‌ନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଆମୋ‌ନଙ୍କୁ ତାଙ୍କର ନିଜ ଗୃହରେ ହତ୍ୟା କଲେ।


କିନ୍ତୁ ଯେଉଁ ଭୃତ୍ୟମାନେ ରାଜା ଆମୋ‌ନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟ ଆମୋ‌ନଙ୍କ ପୁତ୍ର ଥିଲେ।


Swiv nou:

Piblisite


Piblisite