Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 7:7 - ପବିତ୍ର ବାଇବଲ

7 ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତହୁଁ ଜଳପ୍ଳାବନ ଅପେକ୍ଷାରେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।

Gade chapit la Kopi

ଓଡିଆ ବାଇବେଲ

7 ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।

Gade chapit la Kopi




ଆଦି ପୁସ୍ତକ 7:7
10 Referans Kwoze  

ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।


ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।


ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ।


ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର।


ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି। ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ।


ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ।


କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।


ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।


ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।


Swiv nou:

Piblisite


Piblisite