Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 7:21 - ପବିତ୍ର ବାଇବଲ

21-22 ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,

Gade chapit la Kopi

ଓଡିଆ ବାଇବେଲ

21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,

Gade chapit la Kopi




ଆଦି ପୁସ୍ତକ 7:21
20 Referans Kwoze  

ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।


ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।”


“ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।


ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା:


ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।


ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି।


ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।


ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ। “ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ।


ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।


ଜ୍ୱଳନ୍ତ ଅଗ୍ନି ସଦୃଶ ସେହି ସୈନ୍ୟବାହିନୀ ଦେଶକୁ ଧ୍ୱଂସ କରି ଦେବେ। ସେମାନଙ୍କ ସମ୍ମୁଖରେ ଦେଶ ଏଦନର ବଗିଗ୍ଭ ସଦୃଶ ହେବ। ପଶ୍ଚାତ୍ ଭାଗରେ ଦେଶଟି ଏକ ଶୂନ୍ୟ ମରୁଭୂମି ସଦୃଶ ହେବ। ସେମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ।


ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି।


ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି।


ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।


ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।


ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ। ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ।


Swiv nou:

Piblisite


Piblisite