ଆଦି ପୁସ୍ତକ 7:11 - ପବିତ୍ର ବାଇବଲ11-13 ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)11 ନୋହଙ୍କର ବୟସର ଛଅଶହ ବର୍ଷ ଦ୍ଵିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ଵାର ସବୁ ମୁକ୍ତ ହେଲା। Gade chapit laଓଡିଆ ବାଇବେଲ11 ନୋହଙ୍କର ବୟସର ଛଅଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ନୋହଙ୍କର ବୟସର ଛଅ ଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାରସବୁ ମୁକ୍ତ ହେଲା। Gade chapit la |
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ।
ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।