ଆଦି ପୁସ୍ତକ 6:9 - ପବିତ୍ର ବାଇବଲ9 ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ। Gade chapit laଓଡିଆ ବାଇବେଲ9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। Gade chapit la |
କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।
ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।”