Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 6:7 - ପବିତ୍ର ବାଇବଲ

7 ତେଣୁ ସଦାପ୍ରଭୁ କହିଲେ, “ମୁଁ ସମସ୍ତ ମନୁଷ୍ୟକୁ ଧ୍ୱଂସ କରି ଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ୟ, ପଶୁ ଏବଂ ପ୍ରତ୍ୟେକ ଖେଚର ପ୍ରାଣୀମାନଙ୍କୁ ଧ୍ୱଂସ କରି ଦେବି। ଏବଂ ଆକାଶର ସମସ୍ତ ପକ୍ଷୀକୂଳକୁ ମଧ୍ୟ ଧ୍ୱଂସ କରି ଦେବି। କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ତଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।

Gade chapit la Kopi

ଓଡିଆ ବାଇବେଲ

7 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।”

Gade chapit la Kopi




ଆଦି ପୁସ୍ତକ 6:7
21 Referans Kwoze  

ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।


କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ। ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ। ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।


ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଗ୍ଭରରେ ଦୁଷ୍ଟମାନେ ବିନାଶ ହେବେ।


ସଦାପ୍ରଭୁଙ୍କ ବିଷୟକ ଭୟର ଦିନ ବଢ଼ାଏ! ମାତ୍ର ଦୁଷ୍ଟର ବର୍ଷ ଶେଷ କରାଯିବ।


ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି।


ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା।


ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।”


ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ।


ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।


“ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖୁସୀ କରି ଓ ତୁମ୍ଭମାନଙ୍କର ସଂଖ୍ୟା ବଢ଼ାଇ। ଠିକ୍ ସେହିପରି ସଦାପ୍ରଭୁ ଆନନ୍ଦ ଖୁସୀ ଦେବେ ତୁମ୍ଭମାନଙ୍କୁ ହ୍ରାସକରି ଓ ବିନାଶ କରି। ତୁମ୍ଭେମାନେ ଅଧିକାର କରିବାକୁ ଯାଉଥିବା ଦେଶକୁ ଅନ୍ୟମାନେ ଅଧିକାର କରି ନେବେ।


ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତ‌‌‌‌ତ୍‌‌‌‌କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


ତା'ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।”


ତା'ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।”


ସଦାପ୍ରଭୁ କହନ୍ତି, “ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ୱଂସ କରିବା।


ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।”


ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ। କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।


Swiv nou:

Piblisite


Piblisite