Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 5:1 - ପବିତ୍ର ବାଇବଲ

1 ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆଦମଙ୍କର ବଂଶାବଳୀର ବୃତ୍ତା; ଏହି। ଯେଉଁ ଦିନ ପରମେଶ୍ଵର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ଵରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;

Gade chapit la Kopi

ଓଡିଆ ବାଇବେଲ

1 ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;

Gade chapit la Kopi




ଆଦି ପୁସ୍ତକ 5:1
15 Referans Kwoze  

ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।


ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ।


ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା'ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ।


“ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।”


ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।


ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।


କିନ୍ତୁ ଜଣେ ପୁରୁଷ ନିଜର ମସ୍ତକ ଆଚ୍ଛାଦନ କରିବା ଅନୁଚିତ୍, କାରଣ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ତାହାଙ୍କର ଗୌରବ ଅଟେ। କିନ୍ତୁ ଜଣେ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ ଅଟେ।


ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।


ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”


ଆଦମ, ଶେଥ, ଈନୋଶ, କୟିନାନ, ମହଲଲେଲ, ଯେରଦ, ହନୋକ, ମଥୁଶେଲହ, ଲେମକ, ନୋହ।


ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ।


ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ।


ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ।


Swiv nou:

Piblisite


Piblisite