Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 48:9 - ପବିତ୍ର ବାଇବଲ

9 ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତହିଁରେ ଯୋଷେଫ ପିତାଙ୍କୁ କହିଲେ, ଏମାନେ ମୋହର ପୁତ୍ର, ପରମେଶ୍ଵର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି। ତେବେ ଇସ୍ରାଏଲ କହିଲେ, ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।

Gade chapit la Kopi

ଓଡିଆ ବାଇବେଲ

9 ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”

Gade chapit la Kopi




ଆଦି ପୁସ୍ତକ 48:9
18 Referans Kwoze  

ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।”


ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?” ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”


ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।


“ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’


ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।


ଏମାନେ ସମସ୍ତେ ହେମନଙ୍କର ପୁତ୍ରଗଣ ଥିଲେ। ହେମନ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ହେମନଙ୍କୁ ବଳବାନ କରିବେ। ତେଣୁ ହେମନଙ୍କର ଅନେକ ପୁତ୍ର ଜାତ ହେଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।


ମୁଁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମୋତେ ମଞ୍ଜୁର କରିଛନ୍ତି।


ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।”


ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।


ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ।


ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।”


Swiv nou:

Piblisite


Piblisite