Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 48:12 - ପବିତ୍ର ବାଇବଲ

12 ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।

Gade chapit la Kopi

ଓଡିଆ ବାଇବେଲ

12 ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।

Gade chapit la Kopi




ଆଦି ପୁସ୍ତକ 48:12
15 Referans Kwoze  

ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ।


ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।


ତା'ର ସନ୍ତାନମାନେ ତାକୁ ଧନ୍ୟ ବୋଲି କହନ୍ତି। ତା'ର ସ୍ୱାମୀ ତା'ର ପ୍ରଶଂସା କରେ।


ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା'ପରେ ପୁଅକୁ ଧରି ବାହାରକୁ ଆସିଲେ।


ତେଣୁ ବ‌ତ୍‌ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।


“ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।


“ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପିତାମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମୋର ବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।


ଏହା ପରେ ମୋଶା ତ‌ତ୍‌କ୍ଷଣାତ୍ ଭୂମିଷ୍ଠ ହୋଇ ସଦାପ୍ରଭୁଙ୍କର ଉପାସନା କରି କହିଲେ,


“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ।


ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ।


ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ।


ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।


ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”


ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ଭାଗରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ।


Swiv nou:

Piblisite


Piblisite