Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 48:11 - ପବିତ୍ର ବାଇବଲ

11 ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି ଇସ୍ରାଏଲ ଯୋଷେଫଙ୍କୁ କହିଲେ, ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ଵର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”

Gade chapit la Kopi




ଆଦି ପୁସ୍ତକ 48:11
9 Referans Kwoze  

ଆମ୍ଭ ଭିତରେ ପରମେଶ୍ୱରଙ୍କ ଯେଉଁ ଶକ୍ତି କାର୍ଯ୍ୟ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ଯଥେଷ୍ଟ ଅଧିକ ଏବଂ ପରମେଶ୍ୱର ତାହାଠାରୁ ଅଧିକ ଶକ୍ତିର କାର୍ଯ୍ୟ କରି ପାରନ୍ତି।


ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।” ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ।


ଯାକୁବ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ମୁଁ ମୋର ସମସ୍ତ ପିଲାମାନଙ୍କୁ ହରାଇବି? ଯୋଷେଫ ଗଲା, ଶିମିୟୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ୟାମୀନକୁ ନେବା ପାଇଁ ଗ୍ଭହୁଁଛ।”


ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।


ତାଙ୍କ ପିତା ସେହି ବସ୍ତ୍ର ଦେଖି ତାହା ଯୋଷେଫର ବୋଲି ଜାଣିଲେ। ସେମାନଙ୍କର ପିତା କହିଲେ, “ହଁ ଏହା ଯୋଷେଫର ବସ୍ତ୍ର ଅଟେ। କୌଣସି ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ୟ ପଶୁ ମୋର ପୁତ୍ର ଯୋଷେଫକୁ ଚିରି ପକାଇଲା।”


ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ।


ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।


ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।


ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।


Swiv nou:

Piblisite


Piblisite