Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 48:10 - ପବିତ୍ର ବାଇବଲ

10 ଇସ୍ରାଏଲ ବହୁତ ବୃଦ୍ଧ ହୋଇଥିବାରୁ ତାଙ୍କୁ ଭଲ ଦେଖା ଯାଉ ନ ଥିଲା। ତେଣୁ ଯୋଷେଫ ତାଙ୍କର ପୁତ୍ରମାନଙ୍କୁ ଇସ୍ରାଏଲଙ୍କ ନିକଟକୁ ନେଲେ। ଇସ୍ରାଏଲ ସେମାନଙ୍କୁ ଚୁମ୍ବନ ଦେଲେ ଓ କୋଳେଇ ନେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେ ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ପ୍ରଯୁକ୍ତ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ଵନ ଓ ଆଲିଙ୍ଗନ କଲେ।

Gade chapit la Kopi

ଓଡିଆ ବାଇବେଲ

10 ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।

Gade chapit la Kopi




ଆଦି ପୁସ୍ତକ 48:10
13 Referans Kwoze  

ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି।


ଇ‌ସ୍‌ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ! ସେ ଉତ୍ତର ଦେଲେ, “ମୁଁ ଏହିଠାରେ,”


ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ।


ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ'ଠାରୁ ସୁସ୍ଥତା ପାଇବେ।”


ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।” ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”


ସେ ସମୟରେ ଏଲି ଅଠାନବେ ବର୍ଷ ବୟସ୍କ ହୋଇଥିଲେ ଓ ଅନ୍ଧ ହୋଇଥିବାରୁ ସେ ଦେଖି ପାରିଲେ ନାହିଁ।


ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ।


ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।


ଏହା ପରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ। ଏହିରୂପେ ଲାବନ ସ୍ୱସ୍ଥାନକୁ ଫେରିଗଲେ।


ଏହା ପରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଗ୍ଭରିଲେ, “ଏମାନେ କିଏ?”


ଏହା ପରେ ଇସ୍ରାଏଲ, ଯୋଷେଫଙ୍କୁ କହିଲେ, “ମୁଁ କେବେ ବି ଭାବି ନ ଥିଲି ମୁଁ ତୁମ୍ଭକୁ ଆଉ ଦେଖି ପାରିବି। କିନ୍ତୁ ଦେଖ, ପରମେଶ୍ୱର ତୁମ୍ଭକୁ ଓ ତୁମ୍ଭର ସନ୍ତାନମାନଙ୍କୁ ଦେଖାଇଲେ।”


ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।


ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ।


Swiv nou:

Piblisite


Piblisite