Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 47:9 - ପବିତ୍ର ବାଇବଲ

9 ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯାକୁବ ଫାରୋଙ୍କୁ କହିଲେ, ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋʼ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

9 ଯାକୁବ ଫାରୋଙ୍କୁ କହିଲେ, “ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋ’ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି, ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯାକୁବ ଫାରୋଙ୍କୁ କହିଲେ, “ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋʼ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି, ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”

Gade chapit la Kopi




ଆଦି ପୁସ୍ତକ 47:9
29 Referans Kwoze  

ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।


ଇ‌ସ୍‌ହାକ 180 ବର୍ଷ ବଞ୍ଚିଲେ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ। ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ସେଲା


“ଆମ୍ଭେମାନେ ସମସ୍ତେ ମନୁଷ୍ୟ। ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ।


ଏହା ପରେ ନୂନର ପୁତ୍ର, ସଦାପ୍ରଭୁଙ୍କର ସେବକ ଯିହୋଶୂୟଙ୍କର ମୃତ୍ୟୁ ହେଲା। ତାଙ୍କୁ ସେତେବେଳେ 110 ବର୍ଷ ହୋଇଥିଲା।


ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।


ଫାରୋଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋଶାଙ୍କୁ ଅଶୀବର୍ଷ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା।


ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିଥିଲୁ ଏବଂ ଆମ୍ଭେ ସେମାନଙ୍କୁ କିଣାନ ଦେଶ ଦେବା ପାଇଁ ସେମାନଙ୍କଠାରେ ପ୍ରତିଜ୍ଞା କରିଥିଲୁ। ସେମାନେ ସେଠାରେ ବାସ କରୁଥିଲେ କିନ୍ତୁ ସେ ଦେଶ ସେମାନଙ୍କର ନ ଥିଲା।


ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।


ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି।


ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା'ପରେ ସେ ଗ୍ଭଲିଯାଏ।


ମୋର ଗୃହରେ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।


ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମୋ'ଠାରୁ ଲୁଗ୍ଭଅ ନାହିଁ।


ଯାକୁବ ମିଶର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ ଏବଂ ତାଙ୍କର ପରମାୟୁ 147 ବର୍ଷ ଥିଲା।


ଏହା ପରେ ଅର୍ଫ‌କ୍‌ଷଦର ଜନ୍ମ ପରେ ଶେମ 500 ବର୍ଷ ବଞ୍ଚିଲା ଓ ପୁତ୍ର ଏବଂ କନ୍ୟାଗଣର ପିତା ହେଲା।


ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ।


ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କେବଳ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧ୍ୟରେ ଭ୍ରମଣ କରୁଅଛୁ। ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ କେବଳ ଅତିକ୍ରାନ୍ତ ଛାୟା ତୁଲ୍ୟ। ଆମ୍ଭେମାନେ ତାହାକୁ ବନ୍ଦ କରି ନ ପାରୁ।


ମଥୁଶେଲହ ମୋଟ 969 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।


ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ।


ଏବଂ ଫାରୋ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ବୟସ କେତେ?”


ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।


Swiv nou:

Piblisite


Piblisite