Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 47:11 - ପବିତ୍ର ବାଇବଲ

11 ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍, ରାମିଷେଷ୍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ।

Gade chapit la Kopi

ଓଡିଆ ବାଇବେଲ

11 ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍‍, ରାମିଷେଷ୍‍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍‍, ରାମିଷେଷ୍‍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ।

Gade chapit la Kopi




ଆଦି ପୁସ୍ତକ 47:11
13 Referans Kwoze  

ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ।


ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ।


ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।”


“ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ।


ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।


ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ।


ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା'ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି।


ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ।


ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି।


ତୁମ୍ଭେ ତାଙ୍କୁ କହିବ। ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।”


ସେ ସମୟରେ ଇସ୍ରାଏଲ (ଯାକୁବ) ମିଶରରେ ଗୋଶନ ପ୍ରଦେଶରେ ବାସ କଲେ। ସେଠାରେ ଇସ୍ରାଏଲମାନେ ସଫଲ ହେଲେ ଏବଂ ସେମାନଙ୍କର ପରିବାରସବୁ ବୃଦ୍ଧି ପାଇଲା।


ପ୍ରଥମ ମାସର ପଞ୍ଚଦଶ ଦିନରେ, ସେମାନେ ରାମିଷେଷଠାରୁ ଯାତ୍ରା କଲେ। ଇସ୍ରାଏଲର ଲୋକମାନେ ମିଶରବାସୀଙ୍କ ଆଗରେ ଦାମ୍ଭିକତାର ସହକାରେ ବାହାରି ଗଲେ। ଏହା ନିସ୍ତାରପର୍ବର ପରବର୍ତ୍ତି ଦିନ ଥିଲା।


ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପରେ ଟଙ୍ଗାଇବେ। ସମସ୍ତ ବୟସ୍କ ଓ ଛୋଟ ପିଲାମାନେ ତା'ଉପରେ ନିର୍ଭର କରିବେ। ସେହି ଲୋକମାନେ ପାନପାତ୍ର ଅବଧି କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।”


Swiv nou:

Piblisite


Piblisite